ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଗୋଟେପଟେ କରୋନା ସଂକ୍ରମଣଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ଏବେ କରୋନା ମୃତ୍ୟୁ ସଂଖ୍ୟାରେ ବି ଲାଗିିଛି ବ୍ରେକ । ପୂର୍ବରୁ ଯେଉଁ ଭଳି ଲଗାତର ଭାବେ କରୋନା ମୃତ୍ୟୁ ସଂଖ୍ୟା ବଢି ଚାଲିଥିଲା ତାହା ଏବେ ଥମିବାରେ ଲାଗିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ଆଉ ୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଯାହାଫଳରେ ଏହି କିଛି ଦିନ ହେବ ୫ ତଳେ ରହିଛି ମୃତ୍ୟୁ ସଂଖ୍ୟା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୮୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସମ୍ବଲପୁର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏମାନେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି ।