ନୂଆଦିଲ୍ଲୀ (ଏଟିଆର ବୁରୋ): କରୋନାରେ ହେଉଥିବା ମୃତ୍ୟୁକୁ ନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆଇସିଏମଆର ପକ୍ଷରୁ ରାଜ୍ୟ ସରକାରଙ୍କୁ ଗାଇଡଲାଇନ ଜାରି କରାଯାଇଛି । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟଗୁଡିକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି କି, ଯଦି କୌଣସି ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହେଉଛି ତେବେ ତାଙ୍କ ଡେଥ ସାର୍ଟିଫିକେଟରେ ‘କରୋନାରେ ମୃତ୍ୟୁ’ ଲେଖିବା ବାଧ୍ୟତାମୂଳକ । ଏହାସହିତ ଯେଉଁମାେ କରୋନା ଯୋଗୁଁ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାର ମଧ୍ୟ ଏହି ନୂତନ ସାର୍ଟିଫିକେଟ ପାଇଁ ଦାବି କରି ପାରିବେ । ସେମାନଙ୍କା ଦାବି ଉପରେ ବିଚାର କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଏକ କମିଟି ଗଠନ କରାଯିବ । ଏହି କମିଟି ଆବେଦନ ଗ୍ରହଣ କରିବାର ୩୦ ଦିନ ମଧ୍ୟରେ ଏହା ଉପରେ ନିଷ୍ପତି ନେବ ।
ଏହା ଅଧୀନରେ କୁହାଯାଇଛି କି, ଯଦି ଆରଟିପିସିଆର ବା ମୋଲେକ୍ୟୁଲର ଟେଷ୍ଟ କିମ୍ବା ହସ୍ପିଟାଲରେ ହୋଇଥିବା କୌଣସି ଟେଷ୍ଟରେ କରୋନା ଅଛି ବୋଲି ନିଶ୍ଚି କରାଯାଏ, ତେବେ ତାଙ୍କ ମୃତ୍ୟୁହେବା ପରେ ମୃତ୍ୟୁ ସାର୍ଟିଫିକେଟରେ ‘କରୋନାରୁ ମୃତ୍ୟୁ’ ଲେଖିବା ବାଧ୍ୟତା ମୂଳକ ।