ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଏବେ ଉପରମୁହାଁ କରୋନା ମିଟର । ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । କରୋନାର ନୂତନ ଭାରିଆଣ୍ଟ ଜେଏନ୍.୧ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାପିବାର ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସର୍ଭେଲାନ୍ସ, ଟେଷ୍ଟିଂ ସହ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି । ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜକୁ ଆଲର୍ଟ ରହିବା ସହ ସମସ୍ତ ସିଡିଏମ, ପିଏଚଓଙ୍କୁ ପ୍ରସ୍ତୁତ ରହିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।
ଯଦି କେହି କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ହୋମ ଆଇସୋଲେସନ ବାଧ୍ୟତାମୂଳକ । ମେଡିକାଲରେ ଟେଷ୍ଟିଂ କିଟ୍ ଏବଂ ଔଷଧ ସହ ଅକ୍ସିଜେନ୍ ବେଡ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।