ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ହ୍ରାସ ପାଉଛି । ପୂର୍ବପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୭ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Deogarh: 2
8. Gajapati: 3
9. Jagatsinghpur: 1
10. Jajpur: 4
11. Jharsuguda: 5
12. Kendrapada: 1
13. Khurda: 61
14. Mayurbhanj: 2
15. Nayagarh: 1
16. Nuapada: 2
17. Puri: 2
18. Sambalpur: 2
19. Sundargarh: 2
20. State Pool: 13— I & PR Department, Odisha (@IPR_Odisha) December 25, 2021
New recoveries: 210
Cumulative tested: 25174522
Positive: 1053769
Recovered: 1043601
Active cases: 1664— I & PR Department, Odisha (@IPR_Odisha) December 25, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୨୧୦ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୫୩୭୬୯ ରହିଥିବା ବେଳେ ୧୬୬୪ ଜଣ ଚିକିତ୍ସିତ ହେଉଛନ୍ତି ।