ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେଉଛି । କେତେବେଳେ ମିଟର ଉପରକୁ ଉଠି ଯାଉଛି ତ ପୁଣି କେତେବେଳେ ତଳକୁ ଖସୁଛି । ପ୍ରତ୍ୟେକ ଦିନ କରୋନର ନୂତନ ମାମଲା ସାମ୍ନାକୁ ଆସୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୬୧୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୫୧୯୪ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 246
7. Cuttack: 1197
8. Deogarh: 109
9. Dhenkanal: 280
10. Gajapati: 115
11. Ganjam: 331
12. Jagatsinghpur: 274
13. Jajpur: 392
14. Jharsuguda: 327
15. Kalahandi: 377
16. Kandhamal: 83
17. Kendrapada: 147
18. Keonjhar: 188
19. Khurda: 1414
20. Koraput: 196— I & PR Department, Odisha (@IPR_Odisha) May 15, 2021
New recoveries: 9329
Cumulative tested: 10825914
Positive: 600492
Recovered: 491674
Active cases: 106471— I & PR Department, Odisha (@IPR_Odisha) May 15, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୯୩୯୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦୪୯୨ ରହିଥିବା ବେଳେ ଏହି ରୋଗରୁ ୪୯୧୬୭୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୦୬୪୭୧ ଜଣ ଚିକିତ୍ସିତ ହେଉଛନ୍ତି ।