ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି କରୋନା କୋପ । ପ୍ରତ୍ୟେକ ଦିନ କରୋନର ନୂତନ ମାମଲା ସାମ୍ନାକୁ ଆସୁଛି । କିନ୍ତୁ ଲଗାତର ଭାବେ ୧୦ ହଜାର ଉପରେ ରହୁଛି ମାମଲା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୨୧୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୮୮୯ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 273
7. Cuttack: 944
8. Deogarh: 125
9. Dhenkanal: 131
10. Gajapati: 157
11. Ganjam: 214
12. Jagatsinghpur: 318
13. Jajpur: 396
14. Jharsuguda: 113
15. Kalahandi: 39
16. Kandhamal: 132
17. Kendrapada: 150
18. Keonjhar: 169
19. Khurda: 1451
20. Koraput: 251— I & PR Department, Odisha (@IPR_Odisha) May 22, 2021
New recoveries: 10881
Cumulative tested: 11241408
Positive: 679530
Recovered: 567382
Active cases: 109639— I & PR Department, Odisha (@IPR_Odisha) May 22, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୦୮୮୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୯୫୩୦ ରହିଥିବା ବେଳେ ଏହି ରୋଗରୁ ୫୬୭୩୮୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୦୯୬୩୯ ଜଣ ଚିକିତ୍ସିତ ହେଉଛନ୍ତି ।