ଭୁବନେଶ୍ୱର ୮/୭ : ରାଜ୍ୟରେ ଦଶ ହଜାର ପାର କଲା କୋରନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଦିନକୁ ଦିନ ଚିନ୍ତା ବଢାଇବାରେ ଲାଗିଛି କୋରନା । ଜୁଲାଇ ମାସ ପ୍ରଥମ ସପ୍ତାହରୁୂ ହୁ ହୁ ହୋଇ ବଢି ଚାଲିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା ।ରାଜ୍ୟରେ ପ୍ରତିଦିନ ପାଞ୍ଚଶହ ରୁ ଅଧିକ କୋରନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ମୃତ୍ୟୁହାର ମଧ୍ୟ ଦିନକୁ ଦିନକୁ ବଢିବାରେ ଲାଗିଛି । ଓହିଶାରେ ମାର୍ଚ୍ଚ ୧୪ ରେ ରାଜ୍ୟରେ ପ୍ରଥମ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ଏହାରି ମଧ୍ୟରେ ୧୧୪ ଦିନ ପୁରି ଯାଇଛି ।ଏହାରି ଭିତରେ ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦଶ ହଜାର ପାର୍ କରି ସାରିଲାଣି । ତେବେ ଚଳିତ ମାସ ଶେଷ ସୁଧା ରାଜ୍ୟରେ କରୋନା ସବୁ ରେକଡ୍ ଭାଙ୍ଗି ଦେଲା ପରି ମନେହେଉଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ୫୨୭ ଜଣ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ପାର କରି ସାରିଲାଣିା
ରାଜ୍ୟରେ କିଛିଦିନ ହେବ ବହୁ ମାତ୍ରାରେ କୋଭିଡ୍ ପରିକ୍ଷା କରାଯାଉ ଥିବା ବେଳେ ସେହି ଅନୁପାତରେ ମଧ୍ୟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । କୋରନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇପାଦ ଆଗରେ ରହିଛି ଗଞ୍ଜାମ । ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ସରକାରଙ୍କ ନିଦ ହଜାଇ ସାରିଳାଣି । ଚଳିତ ମାସ ଆରମ୍ଭରୁ ହିଁ ଗଞ୍ଜାମରେ ପ୍ରତ୍ୟକ ଦିନ ୧୦୦ ରୁ ୨୦୦ ପଜିଟିଭ୍ ଚିହ୍ନଟ ହେଉଛନ୍ତି ।ପଜେଟିଭ୍ ବାହାରିବା ସହ ମୃତ୍ୟୁ ହାର ମଧ୍ୟ ବଢିବାରେ ଲାଗିଛି । ତେବେ ରାଜ୍ୟରେ କୋଭିଡ୍ ପରୀକ୍ଷା ତିନି ଲକ୍ଷ ପାର୍ କରିଛି । ଏବେ ସୁଧା ରାଜ୍ୟରେ ୩ ଲକ୍ଷ ୨ହଜାର ୭୮୦ ପରିକ୍ଷା କରାଯାଇଛି । ସରକାର ଏବେ ରାଜ୍ୟରେ କୋଭିଡ୍ ପରିକ୍ଷା ବଢାଇବା ଲାଗି ନିଷ୍ପତି ନେଇଛନ୍ତି । ପରିକ୍ଷା ପରେ ସଂକ୍ରମିତ ଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଅନୁମାନ କରା ଯାଉଛି ।