ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବେକାବୁ କରୋନା ଏବେ ଆଉ କାବୁକୁ ଆସୁନାହିଁ । ବଡବଡ ବିକଶିତ ଦେଶ ମାନଙ୍କ ଜ୍ଞାନ କୌଶଳ ଏବେ କରୋନା ପାଖରେ ହାର ମାନିଛି । ଗତକାଲି ସାରା ବିଶ୍ୱରେ ରେକର୍ଡ ସଂଖ୍ୟକ କରୋନା ଜନୀତ ମୃତ୍ୟୁ ହୋଇଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରି ସାରିଲାଣି । ଆଜି ସକାଳ ସୁଦ୍ଧା ସାରା ବିଶ୍ୱରେ କରୋନା ଜନୀତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨ ହଜାର ୬୮୭ ରହିଛି । ସେହିଭଳି ଯଦି ଆମେ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିବା ୧୬ ଲକ୍ଷ ୯୭ ହଜାର ୫୩୩ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୩ ଲକ୍ଷ ୭୬ ହଜାର ୧୦୯ ଜଣ ସୁସ୍ଥ ହୋଇ ସାରିଛନ୍ତି । ତେବେ ଆସନ୍ତୁ ଜାଣିବା ସକାଳ ସୁଦ୍ଧା କେଉଁ ଦେଶରେ ମୃତ୍ୟୁ ସଂଖ୍ୟା କେତେ ରହିଛି –
ଆମେରିକା – ୧୮ ହଜାର ୭୧୯ ଜଣଙ୍କ ମୃତ୍ୟୁ
ଇଟାଲୀ- ୧୮ ହଜାର ୮୪୯ ଜଣଙ୍କ ମୃତ୍ୟୁ
ସ୍ପେନ- ୧୬ ହଜାର ୮୧ ଜଣଙ୍କ ମୃତ୍ୟୁ
ଫ୍ରାନ୍ସ- ୧୩ ହଜାର ୧୯୭ ଜଣଙ୍କ ମୃତ୍ୟୁ
ଜର୍ମାନୀ- ୨ ହଜାର ୭୬୭ ଜଣଙ୍କ ମୃତ୍ୟୁ
ଭାରତ- ୧୯୯ ଜଣଙ୍କ ମୃତ୍ୟୁ ଆହୁରି ଅନେକ ଦେଶ ରହିଛି ଯେଉଁଠି କରୋନା ତାର ତାଣ୍ଡବ ରଚୁଛି ।