ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଓଡିଶା ପାଇଁ ପୁଣି ଖବର ଆସିଛି । ଗତକାଲି ସୁନ୍ଦରଗଡର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଗତକାଲି ରାତିରେ ଟ୍ୱିଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତାଙ୍କୁ ଏଇ ନିକଟରେ ଡିସଚାର୍ଜ କରାଯିବ ବୋଲି ସୂଳଚନା ମିଳିଛି ।
It is indeed a pleasure to share that today we tested 1197 samples for COVID-19,
the highest so far.No new cases were found.
One positive case of Sundargarh has recovered from COVID-19 and will soon be discharged.
Our recovered cases now stand at 19.
A great day indeed!
— H & FW Dept Odisha (@HFWOdisha) April 15, 2020
ବିଭାଗ ଆହୁରି ମଧ୍ୟ ସୂଚନା ଦେଇଛି ଗତକାଲି ୧୧୯୭ ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ ଆସିଛି । ବର୍ତ୍ତମାନ ସୁଦ୍ଧା ୬୭୩୪ ନମୁନା ପରୀକ୍ଷା ହୋଇଛି। ଏଥିରୁ ୬୬୭୪ ନମୁନା ନେଗେଟିଭ୍ ଆସିଛି। ମୋଟ ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ଏଯାଏ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ମଧ୍ୟ ୪୦ ଜଣଙ୍କଠାରେ କରୋନା ଭୁତାଣୁ ସକ୍ରିୟ ରହିଛି।