ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରାନା କାୟାରେ ଅସ୍ତବ୍ୟସ୍ତ ହୋଇ ପଡିଛି ସାରା ବିଶ୍ୱ । ଶତ ଚେଷ୍ଟା କରିବା ପରେ ମଧୟ କରୋନା ସଂକ୍ରମଣ କମିବାର ନାମ ଧରୁନି । ପ୍ରତିଦିନ ଏହି ମହାମାରୀରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ସୂଚନା ଅନୁସାରେ କରୋନା ସଂକ୍ରମଣରେ ଏବେ ସବୁଠାରୁ ଆଗରେ ରହିଛି ଆମେରିକା । ଆମେରିକାରେ ଏଯାବତ ୯ ଲକ୍ଷ ୨୪ ହଜାର ୯୯୬ ଜଣ ସଂକ୍ରମିତ ଥିବା ବେଳେ ୫୨ ହଜାର ୧୮୪ ଜଣଙ୍କର ମୃତ୍ୟୁ ହୋଇଛି ।
ସ୍ପେନରେ ୨ ଲକ୍ଷ ୧୯ ହଜାର ୭୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ହଜାର ୫୨୪ ଜଣଙ୍କ ମୃତ୍ୟୁ ହୋଇଛି । ଫ୍ରାନ୍ସରେ ୧ ଲକ୍ଷ ୫୯ ହଜାର ୮୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ହଜାର ୨୪୫ ଜଣଙ୍କର ମୃତ୍ୟୁ ହୋଇଛି। ଜର୍ମାନୀରେ ୧ ଲକ୍ଷ ୫୪ ହଜାର ୯୯୯ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ହଜାର ୭୬୦ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ବ୍ରିଟେନରେ ୧ ଲକ୍ଷ ୪୩ ହଜାର ୪୬୪ ଜଣ ସଂକ୍ରମିତ ଥିବା ବେଳେ ୧୯ ହଜାର ୫୦୬ ଜଣ ମୃତ୍ୟୁ ବରଣ କରିଛନ୍ତି। ସେହିଭଳି ଆମେ ଯଦି ଭାରତ କଥା ଦେଖିବା ଭାରତରେ ୨୩ ହଜାର ୪୫୨ ଜଣ ସଂକ୍ରମିତ ହୋଇଥିବା ବେଳେ ୭୨୪ ଜଣଙ୍କର ମୃତ୍ୟୁ ହୋଇଛି ।