ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ପୁଣି ଡରଉଛି କରୋନା । ଦୀର୍ଘ ଦିନ ହେବ ଦୈନିକ ମାମଲା ଏକ ଶହ ତଳେ ରହିଥିବା ବେଳେ କିନ୍ତୁ ଏବେ ପୁଣି ଏକ ଶହ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୫୯ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 21st March
New Positives Cases: 146
In quarantine: 87
Local contacts: 59(Details of local contacts will be shared by concerned District Administration)
District Wise Cases:
1. Angul: 3
2. Balasore: 4
3. Bargarh: 3
4. Balangir: 9
5. Cuttack: 25— I & PR Department, Odisha (@IPR_Odisha) March 22, 2021
18. Sambalpur: 1
19. Sundargarh: 12
20. State Pool: 8New recoveries: 58
Cumulative tested: 8814159
Positive: 338963
Recovered: 336124
Active cases: 867— I & PR Department, Odisha (@IPR_Odisha) March 22, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୫୮ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୯୬୩ ରହିଥିବା ବେଳେ ଏହି ରୋଗରୁ ୩୩୬୧୨୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୮୬୭ ଜଣ ଚିକିତ୍ସିତ ହେଉଛନ୍ତି ।