ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କାୟା ମେଲାଉଛି କିଲର ଭାଇରସ କରୋନା । ପ୍ରତ୍ୟେକ ଦିନ କରୋନାର ମାମଲା ସାମ୍ନାକୁ ଆସୁଥିବା ବେଳେ ଏବେ ରେକର୍ଡ ଭାଙ୍ଗୁଛି ନୂତନ ମାମଲା । ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଯାହାଫଳରେ ଏବେ ଲଗାତାର ଭାବେ ସାଢେ ତିନି ଲକ୍ଷ ଉପରେ ଦୈନିକ ମାମଲା ଚିହ୍ନଟ ହେଉଛି । ଯାହାକୁ ନେଇ ଲୋକଙ୍କ ମନରେ ଏକ ପ୍ରକାରର ଭୟ ସୃଷ୍ଟି ହୋଇଛି । ସେହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୩,୫୭,୨୨୯ ନୂତନ ମାମଲା ସାମ୍ନାକୁ ଆସିଛି । ଏହାପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୦୨,୮୨,୮୩୩ ରେ ପହଁଚିଛି ।
ସେହିପରି ଏହି ମାରାତ୍ମକ ଭାଇରସ ପାଇଁ ୨୪ ଘଣ୍ଟାରେ ୩୪୪୯ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୨,୪୦୮ ରେ ପହଁଚିଛି ।