ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ପ୍ରକୋପ ଜାରି ରହିଛି । କିନ୍ତୁ ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟିଛି । ଯାହାଫଳରେ ଏବେ ଦେଢ ଲକ୍ଷ ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୧,୩୨,୩୬୪ ନୂତନ ମାମଲା ସାମ୍ନାକୁ ଆସିଛି । ଏହାପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୮୫,୭୪,୩୫୦ ରେ ପହଁଚିଛି । ସେହିପରି ଏହି ମାରାତ୍ମକ ଭାଇରସ ପାଇଁ ୨୪ ଘଣ୍ଟାରେ ୨୭୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୪୦,୭୦୨ ରେ ପହଁଚିଛି ।
ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେହିଅନୁଯାୟୀ ଦେଶରେ ମୋଟ ୨,୬୫,୯୭,୬୫୫ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଅନ୍ୟପଟେ ଏବେ ଦେଶରେ ୧୬,୩୫,୯୯୩ ଟି ସକ୍ରିୟ ମାମଲା ରହିଛି ।