ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ସହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୩୮,୬୬୭ ନୂତନ ମାମଲା ସାମ୍ନାକୁ ଆସିଛି ।
ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେହିଅନୁଯାୟୀ ମୋଟ ୩,୧୩,୩୮,୦୮୮ ଜଣ ସୁସ୍ଥ ହୋଇସାରିଲେଣି । ଅନ୍ୟପଟେ ଏବେ ଦେଶରେ ୦୩,୮୭,୬୭୩ ଟି ସକ୍ରିୟ ମାମଲା ରହିଛି ।