ନୂଆଦିଲ୍ଲୀ (ଏଟିଆର): ଏବେ ଦେଶରେ କରୋନା ମିଟର ଉପରମୁଁହା । ଲଗାତାର ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୯୭ ହଜାର ୮୯୪ ନୂତନ ମାମଲା ସାମ୍ନାକୁ ଆସିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୯୭ ହଜାର ୮୯୪ ନୂତନ ମାମଲା ସାମ୍ନାକୁ ଆସିଛି ଏଵଂ 1132 ଜଣଙ୍କର ମୃତୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧି ହୋଇ ୫୧,18,254 ରେ ପଂହଁଚିଛି । ସେଥିମଧ୍ୟରୁ 10,09,976 ଜଣ ଚିକିତ୍ସିତ ହେଉଥିବା ବେଳେ 40,25,080 ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ।