ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଏବେ ଉପର ତଳ ହେଉଛିି । ସହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୨,୩୪,୨୮୧ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ୮୯୩ ଜଣଙ୍କର ମୃତ୍ୟୁ ହୋଇଛି ।
ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏପର୍ଯ୍ୟନ୍ତ ମୋଟ ୩,୮୭,୧୩,୪୯୪ ରୋଗୀ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଏବେ ଦେଶରେ ୧୮୮୪୯୩୭ ସକ୍ରିୟ ମାମଲା ରହିଛି । ଏହାବ୍ୟତିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୪ ହଜାର ୦୯୧ ରେ ପହଁଚିଛି ।