ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ପ୍ରତ୍ୟେକ ଦିନ କରୋନାର ନୂତନ ମାମଲା ସାମ୍ନାକୁ ଆସୁଛି । ଗତ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ଧୀର ଧୀରେ ହ୍ରାସ ପାଉଥିବା ବେଳେ ଏବେ ପୁଣି ସଂଖ୍ୟା ବୃଦ୍ଧି ହୋଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୪୯ ହଜାର ୮୮୧ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୫୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇ ୮୦ ଲକ୍ଷ ୪୦ ହଜାର ୨୦୩ ରେ ପହଁଚିଛି ।
ସେହିପରି ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୬,୦୩,୬୮୭ ଜଣ ଚିକିତ୍ସିତ ହେଉଥିବା ବେଳେ ୭୩,୧୫,୯୮୯ ଜଣ ସୁସ୍ଥ ହୋଈ ଘରକୁ ଫେରିସାରିଲେଣି । ଏହାସହିତ ଏପର୍ଯ୍ୟନ୍ତ ଏହି ମହାମାରୀରେ ୧,୨୦, ୫୨୭ ଜଣଙ୍କ ଜୀବନ ଗଲାଣି ।