ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ପ୍ରତ୍ୟେକ ଦିନ କରୋନାର ନୂତନ ମାମଲା ସାମ୍ନାକୁ ଆସୁଛି । ଆକ୍ରାନ୍ତଙ୍କ ସଂଖ୍ୟା ଧୀର ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ସେହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୪୮ ହଜାର ୨୬୮ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୫୫୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇ ୮୧ ଲକ୍ଷ ୩୭ ହଜାର ୧୧୯ ରେ ପହଁଚିଛି ।
ସେହିପରି ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୫,୮୨,୬୪୯ ଜଣ ଚିକିତ୍ସିତ ହେଉଥିବା ବେଳେ ୭୪,୩୨,୮୨୯ ଜଣ ସୁସ୍ଥ ହୋଈ ଘରକୁ ଫେରିସାରିଲେଣି । ଏହାସହିତ ଏପର୍ଯ୍ୟନ୍ତ ଏହି ମହାମାରୀରେ ୧,୨୧, ୬୪୧ ଜଣଙ୍କ ଜୀବନ ଗଲାଣି ।