ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ହ୍ରାସ ପାଉଛି କରୋନା ପ୍ରକୋପ । ପ୍ରତ୍ୟେକ ଦିନ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସୁଥିବା ବେଳେ ଏବେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ତଳକୁ ଖସିଥିଲା କିନ୍ତୁ ଆଜି ପୁଣି ବୃଦ୍ଧି ପାଇଛି । ସେହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ,ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୩୮ ହଜାର ୬୧୭ କରୋନା ମାମଲା ସାମ୍ନାକୁ ଆସିଛି । ଏହାପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯, ୧୨,୯୦୮ କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୪୭୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧, ୩୦,୯୯୩ ରେ ପହଁଚିଛି ।
ସେହିପରି ଦେଶରେ ସୁସ୍ଥ ହାର ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୭୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଦେଶରେ ମୋଟ ୪,୪୬,୮୦୫ ସକ୍ରିୟ ମାମଲା ରହିଛି ।