ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ପ୍ରକୋପ ଧୀରେ ଧୀରେ କମିବାରେ ଲାଗିଛି । ପ୍ରତ୍ୟେକ ଦିନ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି । ମାତ୍ର ପୂର୍ବାପେକ୍ଷା ଏବେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେହିଅନୁଯାୟୀ ଏବେ ୨୦ ହଜାରେ ତଳେ ନୂତନ ମାମଲା ଚିହ୍ନଟ ହୋଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ,ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୧୯ ହଜାର ୫୫୬ କରୋନା ମାମଲା ସାମ୍ନାକୁ ଆସିଛି । ଏହାପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧, ୦୦,୭୫,୧୧୬ କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୦୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧, ୪୬,୧୧୧ ରେ ପହଁଚିଛି ।
ସେହିପରି ଦେଶରେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ୯୬,୩୬,୪୮୭ ଜଣ ରୋଗୀ ସୁସ୍ଥ ହୋଇସାରିଲେଣି । ଅନ୍ୟପଟେ ଦେଶରେ ମୋଟ ୨,୯୨,୫୧୮ ଟି ସକ୍ରିୟ ମାମଲା ରହିଛି ।