ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାର ଭାଇରସର ଦୈନିକ ମାମଲାରେ ଉପର –ତଳ ହୋଇଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୦୩୬ ମାମଲା ସାମ୍ନାକୁ ଆସିଥିବା ବେଳେ ଗତକାଲି ୨୧ ହଜାର ଉପରେ ରହିଥିଲା ମାମଲା ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୦୩୬ ନୂତନ କରୋନା ମାମଲା ସାମ୍ନାକୁ ଆସିଛି । ଏହାପରେ ଦେଶରେ ମୋଟ କରୋନ ସଂକ୍ରମିତଙ୍କ ସଂଖ୍ୟା ୧,୦୨,୮୬,୭୧୦ କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୫୬ ଜଣ ଏହି ଭାଇରସରେ ପ୍ରାଣ ହରାଇଛନ୍ତି । ଏହାପରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୮,୯୪୪ ରେ ପହଁଚିଛି ।
ସେହିପରି ଦେଶରେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ମୋଟ ୯୮,୮୩,୪୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଅନ୍ୟପଟେ ଦେଶରେ ୨,୫୪,୨୫୪ ଟି ସକ୍ରିୟ ମାମଲା ରହିଛି ।