ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଇବା ବରେ ଏବେ ବିଦେଶ ଯାତ୍ରାରେ ଲାଗିଥିବା କଟକଣା ଏବେ ଧୀରେ ଧୀରେ କୋହଳ ହେଉଛି । କିନ୍ତୁ ୟୁରୋପ ଯିବା ପାଇଁ ଇଛା ର୍ଖିଥିବା ଭାରତୀୟଙ୍କର କୋଭିସିଲ୍ଡ ଟୀକାକରଣ ପରେ ସଙ୍କଟ ବଢିଯାଇଛି । କାରଣ ୟୁରୋପୀୟ ସଂଘ ଏପର୍ଯ୍ୟନ୍ତ ଭାରତୀୟ ଟୀକା କୋଭିସିଲ୍ଡକୁ ମଞ୍ଜୁରୀ ଦେଇନାହିଁ । ଯାହାଦ୍ୱାରା ଏହି ଟୀକା ଲଗାଇଥିବା ବ୍ୟକ୍ତିଙ୍କୁ ଗ୍ରୀନ୍ ପାସ ମିଳିବ ନାହିଁ । ଏହି କାରଣ ପାଇଁ ଭାରତୀୟମାନେ ୟୁରୋପୀୟ ଦେଶକୁ ଯାତ୍ରା କରିପାରିବେ ନାହିଁ । ୟୁରୋପୀୟ ମେଡିସିନ ଏଜେନ୍ସି, କୋଭିସିଲ୍ଡ ଟୀକାକୁ ମଞ୍ଜୁରୀ ନଦେବା ପଛର କାରଣ କହିଛି କି, ୟୁରୋପୀୟ ସଂଘ ନିକଟରେ ଏହି ଟୀକାର ମାର୍କେଟିଂ ପାଇଁ ଅନୁମତି ନାହିଁ ।
ୟୁରୋପୀୟ ମେଡିସିନ୍ ଏଜେନ୍ସି ଦ୍ୱାରା କେବଳ ଚାରୋଟି କୋଭିଡ୍ ଟିକା ଅନୁମୋଦିତ ହୋଇଛି, ଯେଉଁଥିରେ ଫାଇଜର, ମୋଡର୍ନା, ଆଷ୍ଟ୍ରା ଜେନେଙ୍କା ଏବଂ ଜନସନ ଆଣ୍ଡ ଜନସନଙ୍କ ନାମ ଅନ୍ତର୍ଭୁକ୍ତ । ଯାହାଫଳରେ ଯେଉଁମାନେ ଏହି ଚାରିଟି ଟିକା ନେଇଥିବେ ସେମାନେ କେବଳ ୟୁରୋପୀୟ ଦେଶ ଭ୍ରମଣ କରିପାରିବେ। ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ମିତ କୋଭିଶିଲ୍ଡ ଏପର୍ୟ୍ୟନ୍ତ ୟୁରୋପୀୟ ବଜାର ପାଇଁ ୟୁରୋପୀୟ ସଂଘ ଦ୍ୱାରା ଅନୁମୋଦିତ ହୋଇନାହିଁ ।