ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଟୀକା ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନୀ ଫାଇଜର ତାର ଟୀକାର ପରୀକ୍ଷଣ ୧୨ ବର୍ଷରୁ କମ ବୟସର ଶିଶୁଙ୍କଠାରେ ଆରମ୍ଭ କରିଦେଇଛି । ପ୍ରଥମ ପର୍ଯ୍ୟାୟରେ ଅଳ୍ପ ସଂଖକ ଛୋଟ ଶିଶୁ ଟୀକାର ଅଲଗା ଅଲଗା ଡୋଜ ଦିଆଯିବ । ଏଥିପାଇଁ ଚାରୋଟି ଦେଶରେ ୪୫୦୦ ରୁ ଅଧିକ ପିଲାଙ୍କୁ ଚୟନ କରିଛି କମ୍ପାନୀ । ଶିଶୁ ଚୟନ କରାଯାଇଥିବା ଚାରୋଟି ଦେଶ ହେଉଛି ଆମେରିକା, ଫିନଲ୍ୟାଣ୍ଡ, ପୋଲାଣ୍ଡ ଏବଂ ସ୍ପେନ୍ ।
ଏନେଇ ଫାଇଜର କହିଛି କି, ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ଟୀକାର ଛୋଟ ଡୋଜ ଚୟନ ହେବା ପରେ ୧୨ ବର୍ଷରୁ କମ ବୟସ୍କ ଶିଶୁଙ୍କୁ କରୋନା ଟୀକାକରଣର ପରୀକ୍ଷଣ ଆରମ୍ଭ କରାଯିବ ।