ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାରତରେ ଆତଙ୍କ ଖେଳାଉଛି କାରୋନାର ଦ୍ୱିତୀୟ ଲହରି । ଏହାରି ମଧ୍ୟରେ ଆମେରିକାରୁ ଭାରତକୁ କରୋନା ଟୀକାର ଆଠ କୋଟି ଡୋଜ ଦେବା ଖବର ସାମ୍ନାକୁ ଆସିଛି । ଅବଶ୍ୟ ବୈଦେଶିକ ମନ୍ତ୍ରାଳୟ କହିଛି କି, ଆମେରିକା ସହ ଯୋଗାଯୋଗରେ ରହିଛନ୍ତି ସରକାର । କିନ୍ତୁ ଏପର୍ଯ୍ୟନ୍ତ ଭାରତକୁ ମିଳିବାକୁ ଥିବା ଡୋଜ ବିଷୟରେ ସୂଚନା ମିଳିନାହିଁ । ଭାରତକୁ ଆଠ କୋଟିରୁ ଛଅ କୋଟି ଟୀକା ଦେବାକୁ ଦାବି ହୋଇଛି ।
ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀଙ୍କୁ ଆମେରିକା ସମେତ ଅନ୍ୟ ଦେଶରୁ ଟୀକା କିଣିବା ବିଷୟରେ ପ୍ରଶ୍ନ କରାଯାଇଥିଲା । ସେ କହିଥିଲେ କି, ଆମେ ସେହି ଖବର ଶୁଣିଛୁ ଯେଉଁଥିରେ ଆମେରିକା ସରକାର ଅନ୍ୟ ଦେଶକୁ କିଛି ପରିମାଣର ଟୀକା ଯୋଗାଇ ଦେବାକୁ ନିଶ୍ଚିତ କରିଛନ୍ତି । କିନ୍ତୁ ଏ ବିଷୟରେ ଆମ ନିକଟରେ ଅଧି ସୂଚନା ନାହିଁ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଟିକା କ୍ରୟ ଏବଂ ପରେ ଦେଶରେ ଉତ୍ପାଦନ ହେବାର ସମ୍ଭାବନା ସମ୍ପର୍କରେ ଭାରତ ଆମେରିକୀୟ ଉଦ୍ୟୋଗମାନଙ୍କ ସହ ଆଲୋଚନା କରୁଛି। ସେ କହିଛନ୍ତି ଯେ ଥରେ ଟିକା କ୍ରୟ କିମ୍ବା ଉତ୍ପାଦନ ମାଧ୍ୟମରେ ଉପଲବ୍ଧ ହେଲେ ଏହା ଦେଶରେ ଟିକା ଉପଲବ୍ଧତାର ସ୍ଥିତିକୁ ସୁଦୃଢ କରିବ।