ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱବ୍ୟାପି କାୟା ମେଲାଇଛି ମହାମାରୀ କରୋନା । ଏହି ମହାମାରୀ କବଳରେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି ଲୋକେ । ଏବେ ସମସ୍ତେ ଅପେକ୍ଷା କରି ରହିଛନ୍ତି କେବେ ଆସିବ ଟୀକା ।
ସେହିପରି ଆମେରିକାର ମୋଡେର୍ନା କମ୍ପାନୀ ଆଗାମୀ ମାସେରେ କୋଭିଡ ଟୀକା ପରୀକ୍ଷଣରେ ଅନ୍ତରୀମ ପରିଣାମର ଆଶା ରଖିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କହିଛନ୍ତି କି, ଯଦି ଟୀକାର ସକରାତ୍ମକ ପରିଣାମ ମିଳୁଛି ତେବେ ଆମେରିକି ସରକାର ଡିସେମ୍ବରରେ ଟୀକାର ଜରୁରୀକାଳୀନ ଉପଯୋଗକୁ ମଞ୍ଜୁରୀ ଦେଇପାରେ ।
ମୋଡେର୍ନାର ସିଇଓ ବ୍ୟାଂସେଲ କହିଛନ୍ତି କି,ଟୀକ ଏବଂ ଚିକିତ୍ସା ପାଇଁ ଆମେରିକି ସରକାର ବିଲିଅନ ଡଲାର ଖର୍ଚ୍ଚ କରିଛି । ସେହିପରି ଜଲାଇ ମାସରେ ଟୀକାର ପରୀକ୍ଷଣ ପାଇଁ ଆମେରିକାରେ ୩୦ ହଜାର ଲୋକଙ୍କ ଉପରେ ଅଧ୍ୟୟନ ଆରମ୍ଭ ହୋଇଥିଲା ।
ସୂଚନାଯୋଗ୍ୟ, ମୋଡେର୍ନା କମ୍ପାନୀ ର କୋଭିଡ୧୯ ଟୀକା ଟ୍ରାଏଲରେ ପ୍ରଥମ ଚରଣରେ ସଫଳ ରହିଛି । ପରିଣାମରେ ସାମ୍ନାକୁ ଆସିଛି କି ଏହି ଟୀକାରେ ରୋଗୀଙ୍କ ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହେଉଛି । ଆମେରିକି ଗବେଷକଙ୍କ ମୁତାବକ ପ୍ରଥମ ପର୍ଯ୍ୟାୟରେ ୪୫ ସ୍ୱାସ୍ଥ୍ୟ ସ୍ୱୟଂସେବକରେ ଟୀକାର ଟ୍ରାଏଲ ଚାଲିଛି ।