ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ଟୀକାକରଣ ପ୍ରକ୍ରିୟା । ଏହାରିମଧ୍ୟରେ ଦିଲ୍ଲୀ ସରକାରଙ୍କ ହସ୍ପିଟାଲରେ ସମସ୍ତ ବୟସ୍କଙ୍କ ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର ନିଃଶୁଳ୍କରେ କରୋନା ଟୀକା ଦିଆଯିବ । ଏନେଇ ଖୁବ୍ ଶ୍ରୀଘ୍ର ଘୋଷଣା କରିପାରନ୍ତି ଦିଲ୍ଲୀ ସରକାର ।
ସୂଚନାମୁତାବକ, ଦିଲ୍ଲୀରେ ଯେତେ ସରକାରୀ ହସ୍ପିଟାଲ ରହିଛି ସେଠାରେ ମାଗଣାରେ ଟୀକା ଲଗାଇବାବାର ବ୍ୟବସ୍ଥା କରାଯିବ ।
ପ୍ରକୃତରେ ଏବେ ପୁଣି ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଦେଖିବାକୁ ମିଳିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଅବଶ୍ୟ ଏବେ ଟୀକା ଆସି ଯାଇଛି ସତ କିନ୍ତୁ ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିନି । ଏପର୍ଯ୍ୟନ୍ତ ସମ୍ମୁଖ ଯୋଦ୍ଧାଙ୍କୁ ହିଁ ଏହି ଟୀକା ଲଗାଯାଉଥିଲା କିନ୍ତୁ ଏବେ ଏଭଳି ବ୍ୟବସ୍ଥା କରାଯାଇଛି କି ଲୋକେ ଟଙ୍କା ଦେଇ ଟୀକା ଲଗାଇ ପାରିବେ । ଏହାରି ମଧ୍ୟରେ ଦିଲ୍ଲୀ ସରକାର ଯୋଚନା କରିଛି କି, ପ୍ରତ୍ୟେକ ବୟସ୍କର ବ୍ୟକ୍ତିଙ୍କ ପାଇଁ ମାଗଣାରେ ଟୀକା ଉପଲବ୍ଧ କରାଯାଉ । ଯାହାଦ୍ୱାରା ସଂକ୍ରମଣର ବିପଦ କମ ହୋଇପାରିବ ।