ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନାକୁ ନେଇ ବାରମ୍ବାର ନିଜ ମତ ବଦଳାଉଛି ଚୀନ । ପଣସ ଖାଇ ଏବେ ଅନ୍ୟ ମୁଣ୍ଡରେ ଅଠା ବୋଳୁଛି ଚାଇନା । ସାରାବ ିଶ୍ୱକୁ କରୋନା କବଳକୁ ଠେଲି ଦେଇଥିବା ଚାଇନା ଏବେ ନିଜ ଭାବମୂର୍ତ୍ତି ସଜାଡିବାକୁ ଯାଇ ଅନ୍ୟକୁ ଦୋଷ ଦେଉଛି । ଗତ ସପ୍ତାହରେ ଚାଇନା କହିଥିଲା ଯେ ଫ୍ରୋଜେନ ଫୁଡରୁ କରୋନା ମହାମାରୀ ବ୍ୟାପୁଛି । ଫ୍ରୋଜେନ ଚିକେନରେ କରୋନା ଭାଇରସ ବ୍ୟାପୁଛି । ମାତ୍ର ଏବେ ଏହାକୁ ଖଣ୍ଡନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଘଠନ ଏବେ କହିଛି ଫ୍ରୋଜେନ ଫୁଡ ବା ପୃାକେଟ ଖାଦ୍ୟରୁ କରୋନା ଭାଇରସ ବ୍ୟାପିବାର କୌଣସି ପ୍ରମାଣ ନାହିଁ । ଏହାକୁ ବ୍ୟବହାର କରିବା ବେଳେ ଲୋକ ଭୟଭୀତ ନହେବାକୁ ହୁ ପରାମର୍ଶ ଦେଇଛି । ଏନେଇ ସ୍ପଷ୍ଟ ଭାବେ ସୂଚନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ମାଇକ ରେୟାନ ।
ସେହିଭଳି ମହାମାରୀ ବିଶେଷଜ୍ଞ ମାରିଆ ଭାନ କେର୍କୋଭ କହିଛନ୍ତି ଚୀନକୁ ଭରସା କରିବା ସହଜ ନୁହେଁ । ସେହିଭଳି ଚୀନର ଦାବିକୁ ନେଇ ବ୍ରାଜିଲ କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଫ୍ରୋଜେଡନ ଫୁଡ ସମୟରେ ଅଧିକ କଡାକଡି ଭାବେ ନିୟମ ପାଳନ କରାଯାଉଛି । ଦେଶ ଛାଡିବା ପରେ କଣ ହେଉଛି ତାହା ଜଣାନାହିଁ ।