ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱବ୍ୟାପି କାୟା ବିସ୍ତାର କରିଛି ମହାମାରୀ କରୋନା । ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶମାନଙ୍କ ମଧ୍ୟରେ ଏବେ ତୃତୀୟ ସ୍ଥାନରେ ରହିଛି ଭାରତ । ସଂକ୍ରମଣ ମାମଲାରେ ଋଷକୁ ପଛରେ ପକାଇଛି ଭାରତ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଖ୍ୟା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାର ୨୪୮ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୪୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୪୧୩ କୁ ବୃଦ୍ଧି ପାଇଛି ।
ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୫୩ ହଜାର ୨୮୭ ଟି ସକ୍ରିୟ ମାମଲା ରହିଥିବା ବେଳେ ୪ ଲକ୍ଷ ୨୪ ହଜାର ୪୩୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଏହାସହିତ ଏପର୍ଯ୍ୟନ୍ତ ମୋଟ ୧୯ ହଜାର ୬୯୩ ଜଣଙ୍କ ମୃତ୍ୟୁ ହୋଇଛି ।