ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଥରେ ବିଶ୍ୱରେ କାୟା ବିସ୍ତାର କଲାଣୀ ମହାମାରୀ କରୋନା । ସ୍ଥିତି ଅିୟନ୍ତ୍ରିତ ହେବା ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି । କରୋନାର ଏହି ନୂତନ ଲହରକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସତର୍କ ରହିବା ପାଇଁ ଚେତାବନୀ ଦିଆଯାଇଛି ।
ହୁ’ ର ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି କି, କରୋନାର ନୂତନ ଲହର ନିମନ୍ତେ ଏବେ ପ୍ରସ୍ତୁତ ରହିବା ଦରକାର । ସାମ୍ନାକୁ ଆସିଥିବା ନୂତନ ଭାରିଆଣ୍ଟର ପ୍ରାରୂପ ଭିନ୍ନ । ଏହା ଖୁବ୍ ଶୀଘ୍ର ବ୍ୟାପୁଛି । ଯେଉଁ ମାତ୍ରାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବ ସେହି ମାତ୍ରାରେ ହସ୍ପିଟାଲରେ ରୋଗୀ ସଂଖ୍ୟା ବଢିବ । ସେଥିପାଇଁ ପ୍ରତ୍ୟେକ ଦେଶ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଆବଶ୍ୟକ ।