ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ହେବା ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ । କିନ୍ତୁ ଏକ ନିର୍ଦ୍ଧାରିତ ସମୟ ବରେ ଶରୀରରୁ ଆଣ୍ଟିବଢି କମିଯିବା ପରେ ପୁର୍ନବାର ସଂକ୍ରମଣ ହେବାର ଆଶଙ୍କା ରହିଛି । ସେଥିପାଇଁ ଖାମଖିଆଲି ନହୋଇ ସତର୍କତା ଅବଲମ୍ବନ କରିବା ଉଚିତ୍ ।
ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ର ମହାନିର୍ଦ୍ଦେଶକ ଡା. ବଲରାମ ଭାର୍ଗବ କହିଛନ୍ତି କି, କରୋନା ସଂକ୍ରମଣ ନୂତନ ଅଟେ । ଏହାକୁ ନେଇ ଲଗାତର ଭାବେ ଅଧ୍ୟୟନ ହେଉଛି ଏବଂ ରିପୋର୍ଟ ସାମ୍ନାକୁ ଆସୁଛି । ଏପର୍ଯ୍ୟନ୍ତ ଅନେକ ଅଧ୍ୟୟନ ସାମ୍ନାକୁ ଆସିଛି ଯେଉଁଥିରେ ଶରୀରରେ ଅଣ୍ଟିବଡି ରହିବାର ଅବଧି ଭିନ୍ନ ଭି୍ନ୍ନ ଆସୁଛି । କେଉଁ ଅଧ୍ୟୟନରେ ତିନି ମାସ ତ ପୁଣି ଆଉ କେଉଁଥିରେ ୫ ମାସ ପର୍ଯ୍ୟନ୍ତ ଶରୀରରେ ଆଣ୍ଟିବଡି ରହିବାର ସୂଚନା ରହିଛି । ଏନେଇ ଏବେ ବି ଅଧ୍ୟୟନ ଚାଲିଛି କିନ୍ତୁ ଆଣ୍ଟିବଡି ଶେଷ ହେବା ସହିତ ସଂକ୍ରମଣ ପୁଣି ହେବାର ବିପଦ ରହିଛି ।
ୟୁରୋପ, ଚୀନ, ଆମେରିକା ଏବଂ ଋଷ ସହିତ ଅନ୍ୟ ଦେଶର ବୈଜ୍ଞାନିକମାନେ ଅଲଗା ଅଲଗା ଅଧ୍ୟୟନରେ କରୋନା ଭାଇରସ ବିରୋଧରେ ସୃଷ୍ଟି ହେଉଥିବା ଆଣ୍ଟିବଡି ଅବଧି ର ରିପୋର୍ଟ ବାହାର କରିବାରିଛନ୍ତି । ସେହିପରି ପୁଣେ ସ୍ଥିତ ଏନଆଇବି ର ବୈଜ୍ଞାନିକମାନେ ଏହା ଉପରେ ଅଧ୍ୟୟନ କରୁଛନ୍ତି ଯାହାର ପରିଣାମ ଡିସେମ୍ବର ସୁଧା ଆସିପାରେ ।