ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଦେଶର କିଛି ରାଜ୍ୟରେ କରୋନା ତାର ପ୍ରକୋପ ଦେଖାଇବାରେ ଲାଗିଛି । ଯାହାଫଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହାରି ମଧ୍ୟରେ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ଏହି ଗାଇଡଲାଇନରେ ମୁଖ୍ୟତଃ ଟେଷ୍ଟ, ଟ୍ରାକ୍, ଏବଂ ଟ୍ରିଟ ରଣନୀତି ଉପରେ କାମ କରିବା ପାଇଁ ଜୋର ଦିଆଯାଇଛି । ଏହାସହିତ ଟୀକାକରଣ ଅଭିଯାନ ଉପରେ ଅଧିକ ଫୋକସ କରିବା ପାଇଁ କୁହାଯାଇଛି । ଯେଉଁ ରାଜ୍ୟରେ ଆରପିସିଆର ଟେଷ୍ଟ ର ସଂଖ୍ୟା କମ ଅଛି ତାକୁ ବଢାଇବା ପାଇଁ ପରାମର୍ଶ ଦିଆଯାଇଛି ।
ଗାଇଡଲାଇନରେ କୁହାଯାଇଛି କି, ନୂତନ କରୋନା ମାମଲା ସାମ୍ନାକୁ ଆସିଲେ ତାର ଠିକ୍ ସମୟରେ ଚିକିତ୍ସା କରାଯାଉ ଏବଂ ତା ଉପରେ ନଜର ରଖାଯାଉ । କଣ୍ଟାକ୍ଟ ଟ୍ରେସିଂ ଜରିଆରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉ । କଣ୍ଟେନମେଣ୍ଟ ଜୋନ୍ ର ସୂଚନା ଜିଲ୍ଲା କଲେକ୍ଟର ୱେବସାଇଟରେ ଦିଆଯାଉ ଏବଂ ଏହି ତାଲିକାକୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ପଠାଯାଉ ।
ମାସ୍କ ଏବଂ ସାମାଜିକ ଦୂରତା ନିୟମ ପାଳନ ପାଇଁ କଡାକାଡି କରାଯିବା ସହ ଜରିମାନା କଥା ମଧ୍ୟ କୁହାଯାଇଛି । ଏହା ମଧ୍ୟ ସ୍ପଷ୍ଟ କରାଯାଇଛି କି, ଇଣ୍ଟର ଷ୍ଟେଟ ଏବଂ ଇଂଟ୍ରା ଷ୍ଟେଟକୁ ନେଇ କଟକଣା ରହିବ ନାହିଁ । ଯେଉଁ ରାଜ୍ୟ ଗୁଡିକରେ ଟୀକାକରଣ ଧୀମା ଗତିରେ ଚାଲିଛି ସେହି ରାଜ୍ୟମାନଙ୍କରେ ଦ୍ରୁତ ଗତିରେ ଟୀକାକରଣ ପାଇଁ କୁହାଯାଇଛି ।