ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯୋଗ ଗୁରୁ ରାମଦେବ ବାବାଙ୍କ କୋଭିଡ୧୯ କୋରୋନିଲ ଔଷଧ ଉପରେ ରାଜସ୍ଥାନ ସରକାରଙ୍କ ପରେ ଏବେ ମହାରାଷ୍ଟ୍ର ସରକାର ବି ପ୍ରତିବନ୍ଧ ଲଗାଇଛନ୍ତି । ଏନେଇ ରାଜ୍ୟର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସୂଚନା ଦେଇଛନ୍ତି । ସେ କହିଛନ୍ତି କି କୋରୋନିଲ ର କ୍ଲିନିକାଲ ଟ୍ରାୟଲ ବିଷୟରେ ଏପର୍ଯ୍ୟନ୍ତ କୌଣସି ସଠିକ୍ ପ୍ରମାଣ ନାହିଁ । ସେଥିପାଇଁ ରାଜ୍ୟରେ ଏହାର ବିକ୍ରି ଉପରେ ପ୍ରତିବନ୍ଧ ରହିବ ।
ଅନୀଲ ଦେଶମୁଖ କହିଛନ୍ତି କି, ନେସନାଲ ଇଂଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ, ଜୟପୁର ଏହାର ଅନୁସନ୍ଧାନ କରିବ କି କଣ ପତଞ୍ଜଳୀର କୋରୋନିଲ କ୍ଲିନିକାଲ ଟ୍ରାୟଲ କରାଯାଇଥିଲା । ଆମେ ବାବା ରାମଦେବଙ୍କୁ ଚେତାବନୀ ଦେଉଛୁ କି ଆମ ସରକାର ମହାରାଷ୍ଟ୍ରରେ ନକଲି ଔଷଧ ବିକ୍ରି କରିବାକୁ ଅନୁମତି ଦେବ ନାହିଁ ।
ଆୟୂଷ ମନ୍ତ୍ରାଳୟର ଆପତ୍ତି ପରେ ରାଜସ୍ଥାନ ପ୍ରଥମ ରାଜ୍ୟ ଥିଲା ଯିଏ ରାମଦେବ ବାବାଙ୍କ ଏହି ଔଷଧ ବିକ୍ରି ଉପରେ ରୋକ ଲଗାଇଥିଲା । ଅଶୋକ ଗେହଲଟଙ୍କ ନେତୃତ୍ୱଧୀନ ସରକାରଙ୍କ ପକ୍ଷରୁ କୁହାଯାଇଥିଲା କି କେନ୍ଦ୍ରୀୟ ଆୟୁଷ ମନ୍ତ୍ରାଳୟର ଅନୁମତି ବିନା କୋଭିଡ୧୯ ମହାମାରୀ ଔଷଧ ରୁପେ କୌଣସି ଆୟୁର୍ବେଦିକ ଔଷଧର ବିକ୍ରି କରାଯାଇ ପାରିବ ନାହିଁ ।