ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଦେଶରେ ଜୋରସୋରରେ ଚାଲିଛି ଟୀକାକରଣ ଅଭିଯାନ । ଏହି କ୍ରମରେ ଦେଶ ଏବେ ନୂତନ ସଫଳତା ହାସଲ କରିଛି । ବାସ୍ତବରେ ଟୀକାକରଣ ମାମଲାରେ ଭାରତ ଲଗାତର ଭାବେ ରେକର୍ଡ କରୁଛି । ଟୀକାକରଣ ମାମଲାରେ ୯୦ କୋଟି ସଂଖ୍ୟା ପାର୍ କରିସାରିଲାଣି ଭାରତ ।
ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ଶନିବାର ସୂଚନା ଦେଇଛନ୍ତି କି, ଭାରତରେ ଟୀକାକରଣର ସଂଖ୍ୟା ୯୦ କୋଟି ଟପି ଗଲାଣି । ଦେଶରେ ୧୬ ଜାନୁୟାରୀରୁ ଆରମ୍ଭ ହୋଇଥିବା ଟୀକାକରଣ ପ୍ରକ୍ରିୟା ଏବେ ଜୋରସୋରରେ ଜାରି ରହିଛି ।
ସୂଚନାଯୋଗ୍ୟ, ଭାରତରେ ଏବେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିସିଲ୍ଡ, କୋଭାକ୍ସିନ ଏବଂ ସ୍ଫୁଟିନିକ ଭି ଟୀକା ଦିଆଯାଉଛି ।