ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ବର୍ଷ ଆରମ୍ଭରୁ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ । ଏଥିରେ ୬୦ ବର୍ଷ ଏବଂ ତାଠୁ ଅଧିକ ବୟସ୍କର ପାଖାପାଖି ୨୭ କୋଟି ଲଭାର୍ଥିକୁ ଟୀକା ଲଗାଯିବ । ଏହି ପର୍ଯ୍ୟାୟକୁ ଦୁଇଟି ଦଳରେ ଭାଗ କରାଯାଇଛି । ପ୍ରଥମ ଦଳରେ ମାଗଣାରେ ଟୀକା ଦିଆଯିବାକୁ ଥିବାବେଳେ ଦ୍ୱିତୀୟ ଦଳରେ ଟୀକା ପାଇଁ ପେମେଣ୍ଟ କରିବାକୁ ହେବ ।
ଆଗାମୀ ମାସରୁ ଏହି ଟୀକାକରଣ ଆରମ୍ଭ ହେବ । ଏଥିରେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ । ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଟୀକାକରଣ ଦ୍ୱିତୀୟ ପର୍ଯ୍ୟାୟରେ ଲାଭାର୍ଥି ମତଦାତା ସୂଚିଅନୁସାରେ ଯେଉଁ ରାଜ୍ୟରେ ରହୁଥିବେ ତା ବଦଳରେ ସେମାନେ ଅଲଗା ରାଜ୍ୟକୁ ମଧ୍ୟ ଚୟନ କରିପାରିବେ ବୋଲି ସରକାର ନିଷ୍ପତି ନେଇଛନ୍ତି ।
ଏହାସହିତ ଏହି ପର୍ଯ୍ୟାୟରେ କାହାରିକୁ ମାଗଣାରେ ଟୀକା ମିଳିବ ଏବଂ କାହାକୁ ଟଙ୍କା ଦେବାକୁ ପଡିବ । ସେନେଇ ବହୁତ ଶୀଘ୍ର ସ୍ପଷ୍ଟ କରାଯିବ ।
ସୂଚନାଯୋଗ୍ୟ, ଜାନୁଆରୀ ୧୬ ରୁ ଟୀକାକରଣର ପ୍ରଥମ ପର୍ଯ୍ୟାୟ ପ୍ରକ୍ର୍ରିୟା ଆରମ୍ଭ ହୋଇଥିଲା । ଏଥିରେ ସ୍ୱାସ୍ଥ୍ୟ ଏବଂ ପ୍ରାଥମିକ କର୍ମୀଙ୍କ ପ୍ରାଥମିକତା ଦଳକୁ ଟୀକା ଲଗାଇବାର ପୁରା ଖର୍ଚ୍ଚ କରିଥିଲେ କେନ୍ଦ୍ରସରକାର ।