ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବଡ ଚେତାବନୀ ଦେଇଛି । ଡବ୍ଲ୍ୟୁଏଚଓ କହିଛି କି, ଯଦି ଆମେ ଆଶା କରିବା କି ୨୦୨୧ ଶେଷ ସୁଧା କରୋନା ଶେଷ ହୋଇଯିବ ତେବେ ଏହା ଅବାସ୍ତବିକ ଅଟେ । ଭାରତ ସମେତ ଦୁନିଆର ଅନେକ ଦେଶରେ କରୋନା ମାମଲା ବୃଦ୍ଧି ହେବାରେ ଲାଗିଛି ।
ଡବ୍ଲ୍ୟୁଏଚଓ ର ଜରୁରୀକାଳୀନ ବ୍ୟାପାର ନିର୍ଦ୍ଦେଶକ ଡା. ମାଇକେଲ ରିୟାନ କହିଛନ୍ତି କି, ମୋ ହିସାବରେ ଚଳିତ ବର୍ଷ ଶେଷ ସୁଧା କରୋନାର ସମାପ୍ତି ବିଷୟରେ ଭାବିବା ଅଯଥା ଏବଂ ଅବାସ୍ତବିକ ।
ସେ ଆହୁରୀ ମଧ୍ୟ କହିଛନ୍ତି, ଯଦି ଆମେ ବୁଦ୍ଧିମାନ ଭାବେ କାର୍ଯ୍ୟକରିବା, ମହାମାରୀଙ୍କୁ ହରାଇ ପାରିବା ।
ଡବ୍ଲ୍ୟୁଏଚଓର ମୁଖ୍ୟ ବୈଜ୍ଞାନିକ ସ୍ୱାମିନାଥନ କହିଛନ୍ତି କି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ବିଶ୍ୱ ଭ୍ୟାକ୍ସିନ ବଣ୍ଟନର ଯୋଜନା କୋଭ୍ୟାକ୍ସ ର ଲକ୍ଷ୍ୟ ଚଳିତ ବର୍ଷ ଶେଷ ସୁଧା ମହାମାରୀକୁ ଶେଷ କରିବା ।