କଟକ (ଏଟିଆର ବ୍ୟୁରୋ) ରାଜ୍ୟରେ ଜାରି ରହିଛି ଟୀକାକରଣ ଅଭିଯାନ । ଏହାରି ମଧ୍ୟରେ କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) କଟକସ୍ଥିତ ୧୦ ଟି ଘରୋଇ ହସ୍ପିଟାଲରେ ଆରମ୍ଭ ହୋଇଛି ଟୀକାକରଣ ଅଭିଯାନ । ଏଣିକି ଘରୋଇ ହସ୍ପିଟାଲରେ ଟୀକା ନେଇ ପାରିବେ ଲୋକେ । ଏଥିପାଇଁ ଆଜି ରାତି ୯ଟାରୁ ଆରମ୍ଭ ହେବ ସ୍ଲଟ ବୁକିଂ ।
ଘରୋଇ ଟୀକାକରଣ କେନ୍ଦ୍ରରେ ୧୮ ରୁ ୪୪ ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।
କିନ୍ତୁ ସର୍ଭିସ ଚାର୍ଜ ଆକାରରେ ଘରୋଇ ହସ୍ପିଟାଲରେ ଲୋକଙ୍କଠାରୁ ଡୋଜ ପିଛା ୧୦୦ ଟଙ୍କା ନିଆଯିବ ବୋଲି ଅନୁମତି ଦିଆଯାଇଛି ।