ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାର ଏକମାତ୍ର ଅସ୍ତ୍ର ଟୀକା । କିନ୍ତୁ ଦେଶରେ ଏବେ ଟୀକାକରଣର ଗତି ହ୍ରାସ ପାଇବାର ଘଟଣା ଚିନ୍ତାଜନକ ହୋଇଛି । ଦେଶରେ ଟୀକାର ଅଭାବ ହେତୁ ଟୀକାକରଣ ଗ୍ରାଫ ହ୍ରାସ ପାଇଛି ।
ଚଳିତ ସପ୍ତାହରେ ସୋମବାରେ ୧୩ ଲକ୍ଷ ଡୋଜ, ମଙ୍ଗଳବାର ୧୨ ଲକ୍ଷ ଡୋଜ, ବୁଧବାର ୧୧.୬୬ ଲକ୍ଷ ଡୋଜ, ଗୁରୁବାର ୧୪.୮୨ ଲକ୍ଷ ଡୋଜ ଏବଂ ଶୁକ୍ରବାର ୧୫.୫୮ ଡୋଜ ଦିଆଯାଇଛି । ୧୫ ରୁ ୨୧ ମେ ମଧ୍ୟରେ କେବଳ ୭୮ ଲକ୍ଷ ଡୋଜ ଦିଆଯାଇଛି । ମ।।ତ୍ର ଏହାର ପୂର୍ବ ସପ୍ତାହରେ ୧ କୋଟି ୨୮ ଲକ୍ଷ ଡୋଜ ଦିଆଯାଇଥିଲା । ତା ପୂର୍ବ ସପ୍ତାହରେ ଏକ କୋଟି ୨୧ ଲକ୍ଷ ଡୋଜ ଦିଆଯାଇଥିଲା । ସେହିପରି ୩ ଏପ୍ରିଲରୁ ୯ ଏପ୍ରିଲ ମଧ୍ୟରେ ଦୁଇ କୋଟି ୪୭ ଲକ୍ଷ ଡୋଜ ଦିଆଯାଇଥିଲା ।
ଦେଶରେ ମେ ୨୧ ପର୍ଯ୍ୟନ୍ତ ମୋଟ ୧୯ କୋଟି ୩୩ ଲକ୍ଷ ଟୀକାକରଣ କରାଯାଇଛି । ଏଥିରେ ୧୫ କୋଟି ୫ ଲକ୍ଷ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୪ କୋଟି ୨୮ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି ।