ପୁରୀ (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ କୋଭିଡ୧୯ ହସ୍ପିଟାଲ ଖୋଲା ଯାଉଛି । ଇତିମଧ୍ୟରେ ପୁରୀରେ କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି ।
ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ୧୦୦ ଟି ବେଡ୍ ର ସୁବିଧା ରହିଛି । ଏହାସହିତ ଏଠାରେ ୪୫ ଜଣ ଡାକ୍ତର, ୩୦୦ ରୁ ଅଧିକ ପାରାମେଡିକାଲ ଷ୍ଟାଫ, ଫାର୍ମାସିଷ୍ଟ, ରେଡିଓଲୋଜିଷ୍ଟ ଷ୍ଟାଫ୍ ଙ୍କୁ ମୁତୟନ କରାଯାଇଛି । ଏନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ୧୦୦ ବେଡ୍ ର ସୁବିଧା କରାଯାଇଛି । ସେଥିମଧ୍ୟରୁ ୬୦ ଟି ବେଡ୍ ର ସୁବିଧା ଗୋପବନ୍ଧୁ ଆୟୁର୍ବେଦିକ କଲେଜରେ କରାଯାଇଥିବା ବେଳେ ୪୦ ଟି ବେଡ୍ ର ସୁବିଧା ଆଇଡିଏଚରେ କରାଯାଇଛି । ଏଠାରେ କେବଳ କରୋନା ରୋଗୀ ବା ସନ୍ଦିଗ୍ଧଙ୍କୁ ଚିକିତ୍ସା କରାଯିବ ।