ଗତ 24 ଘଣ୍ଟା ମଧ୍ୟରେ 8,049 କୋଭିଡ-19 ରୋଗୀ ଆରୋଗ୍ୟ ହୋଇଛନ୍ତି, ଏଥିସହିତ ଆରୋଗ୍ୟ ଲାଭ ହାର 50%ରୁ ଅଧିକ ହୋଇଛି । ସମୁଦାୟ 1,62,378 ରୋଗୀ ବର୍ତ୍ତମାନ ସୁଦ୍ଧା କୋଭିଡ-19ରୁ ଆରୋଗ୍ୟ ଲାଭ କରିଛନ୍ତି ।
ବର୍ତ୍ତମାନ ଆରୋଗ୍ୟ ହାର ହେଉଛି 50.60% । ଏହା ସୂଚିତ କରୁଛି ଯେ, କୋଭିଡ-19ର ସମସ୍ତ ମାମଲା ମଧ୍ୟରୁ ଅଧା ରୋଗୀ ଏହି ରୋଗରୁ ସୁସ୍ଥ ହେଲେଣି । ମାମଲାର ସମୟୋଚିତ ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ପରିଚାଳନା ଏହି ଆରୋଗ୍ୟ ଲାଭର ବାଟ ଫିଟାଇଛି ।
ବର୍ତ୍ତମାନ, 1,49,348 ସକ୍ରିୟ ରୋଗୀ ଉପଯୁକ୍ତ ଚିକିତ୍ସା ତତ୍ତ୍ୱାବଧାନରେ ଅଛନ୍ତି ।
ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ନୋଭେଲ କରୋନା ଭୂତାଣୁ ଚିହ୍ନଟ ପାଇଁ ଆଇସିଏମଆରର ପରୀକ୍ଷଣ କ୍ଷମତା କ୍ରମାଗତ ଭାବରେ ବୃଦ୍ଧି ହୋଇଛି । ସରକାରୀ ପରୀକ୍ଷାଗାର ସଂଖ୍ୟା 646କୁ ବୃଦ୍ଧି ପାଇଥିବା ବେଳେ ବେସରକାରୀ ପରୀକ୍ଷାଗାର ସଂଖ୍ୟା 247କୁ ବୃଦ୍ଧି ପାଇ ମୋଟ 893ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 1,51,432 ନମୁନା ପରୀକ୍ଷା କରାଯାଇଛି । ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିବା ମୋଟ ନମୁନା ସଂଖ୍ୟା 56,58,614 ।
ଆଜି ଗୃହ ମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରି ଦିଲ୍ଲୀର ଏନସିଟିରେ ଥିବା କୋଭିଡ-19 ପରିସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ଆବଦ୍ଧାଞ୍ଚାଳ ବ୍ୟବସ୍ଥାକୁ ମଜବୁତ କରିବା, ପରୀକ୍ଷଣକୁ ବ୍ୟାପକ କରିବା ଏବଂ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା ।
କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।
ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19@gov.in ଏବଂ ncov2019@gov.in ଏବଂ @CovidIndiaSeva କୁ ପଠାଇ ପାରିବେ ।
କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।