ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଥିବା ବେଳେ ଏବେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଯାହାଫଳରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ତଳକୁ ଖସିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୦୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪୪୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୬୫୧ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 130
7. Cuttack: 647
8. Deogarh: 28
9. Dhenkanal: 73
10. Gajapati: 48
11. Ganjam: 45
12. Jagatsinghpur: 226
13. Jajpur: 434
14. Jharsuguda: 42
15. Kalahandi: 77
16. Kandhamal: 112
17. Kendrapada: 253
18. Keonjhar: 123
19. Khurda: 1017
20. Koraput: 126
21. Malkangiri: 84— I & PR Department, Odisha (@IPR_Odisha) June 10, 2021
New recoveries: 8032
Cumulative tested: 12457606
Positive: 837226
Recovered: 764673
Active cases: 69333— I & PR Department, Odisha (@IPR_Odisha) June 10, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୮୦୩୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୭୨୨୬ ରହିଥିବା ବେଳେ ଏହି ରୋଗରୁ ୭୬୪୬୭୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୬୯୩୩୩ ଜଣ ଚିକିତ୍ସିତ ହେଉଛନ୍ତି ।