ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ କମୁଛି ତ ପୁଣି କେତେବେଳେ ବଢୁଛି । ଆଜି ରାଜ୍ୟରେ ଏକ ହଜାର ତଳକୁ ଖସିଛି ଦୈନକ ମାମଲା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୯୯ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
4. Bhadrak: 22
5. Balangir: 4
6. Boudh: 1
7. Cuttack: 91
8. Deogarh: 5
9. Dhenkanal: 15
10. Ganjam: 5
11. Jagatsinghpur: 33
12. Jajpur: 28
13. Jharsuguda: 3
14. Kalahandi: 5
15. Kandhamal: 9
16. Kendrapada: 12
17. Keonjhar: 11
18. Khurda: 279
19. Koraput: 3
20. Malkangiri: 4— I & PR Department, Odisha (@IPR_Odisha) August 17, 2021
21. Mayurbhanj: 29
22. Nawarangpur: 1
23. Nayagarh: 18
24. Nuapada: 2
25. Puri: 16
26. Rayagada: 8
27. Sambalpur: 6
28. Sonepur: 3
29. Sundargarh: 11
30. State Pool: 60New recoveries: 1167
Cumulative tested: 17139240
Positive: 996153
Recovered: 979407
Active cases: 9672— I & PR Department, Odisha (@IPR_Odisha) August 17, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୧୬୭ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୬୧୫୩ ରହିଥିବା ବେଳେ ଏହି ରୋଗରୁ ୯୭୯୪୦୭ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୯୬୭୨ ଜଣ ଚିକିତ୍ସିତ ହେଉଛନ୍ତି ।