ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଥିବା ବେଳେ ଏବେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଯାହାଫଳରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ତଳକୁ ଖସିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୩୯୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୬୨୨ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 79
7. Cuttack: 531
8. Deogarh: 24
9. Dhenkanal: 291
10. Gajapati: 34
11. Ganjam: 73
12. Jagatsinghpur: 196
13. Jajpur: 406
14. Jharsuguda: 41
15. Kalahandi: 70
16. Kandhamal: 76
17. Kendrapada: 218
18. Keonjhar: 120
19. Khurda: 796
20. Koraput: 142
21. Malkangiri: 85— I & PR Department, Odisha (@IPR_Odisha) June 9, 2021
New recoveries: 8836
Cumulative tested: 12387968
Positive: 831129
Recovered: 756641
Active cases: 71312— I & PR Department, Odisha (@IPR_Odisha) June 9, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୮୮୩୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୧୧୨୯ ରହିଥିବା ବେଳେ ଏହି ରୋଗରୁ ୭୫୬୬୪୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୭୧୩୧୨ ଜଣ ଚିକିତ୍ସିତ ହେଉଛନ୍ତି ।