ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଥିବା ବେଳେ ଏବେ ସଂକ୍ରମଣ ତଳକୁ ଖସୁଛି । ଯାହାଫଳରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ତଳକୁ ଖସିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୬୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୫୬୨ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 84
7. Cuttack: 438
8. Deogarh: 28
9. Dhenkanal: 114
10. Gajapati: 18
11. Ganjam: 27
12. Jagatsinghpur: 92
13. Jajpur: 305
14. Jharsuguda: 19
15. Kalahandi: 41
16. Kandhamal: 48
17. Kendrapada: 120
18. Keonjhar: 68
19. Khurda: 506
20. Koraput: 80
21. Malkangiri: 56— I & PR Department, Odisha (@IPR_Odisha) June 17, 2021
New recoveries: 5579
Cumulative tested: 12899855
Positive: 866692
Recovered: 817359
Active cases: 45809— I & PR Department, Odisha (@IPR_Odisha) June 17, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୫୫୭୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୬୬୯୨ ରହିଥିବା ବେଳେ ଏହି ରୋଗରୁ ୮୧୭୩୫୯ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୪୫୮୦୯ ଜଣ ଚିକିତ୍ସିତ ହେଉଛନ୍ତି ।