ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ କମୁଛି ତ ପୁଣି କେତେବେଳେ ବଢୁଛି । ଆଜି ରାଜ୍ୟରେ ଏକ ହଜାର ତଳେ ରହିଛି ଦୈନକ ମାମଲା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୧୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୭୨ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
5. Boudh: 1
6. Cuttack: 119
7. Deogarh: 9
8. Dhenkanal: 16
9. Gajapati: 3
10. Ganjam: 2
11. Jagatsinghpur: 37
12. Jajpur: 43
13. Jharsuguda: 5
14. Kalahandi: 1
15. Kandhamal: 2
16. Kendrapada: 15
17. Keonjhar: 19
18. Khurda: 323
19. Koraput: 4
20. Malkangiri: 2
21. Mayurbhanj: 31— I & PR Department, Odisha (@IPR_Odisha) August 25, 2021
22. Nawarangpur: 2
23. Nayagarh: 11
24. Nuapada: 3
25. Puri: 39
26. Rayagada: 2
27. Sambalpur: 21
28. Sundargarh: 7
29. State Pool: 69New recoveries: 1035
Cumulative tested: 17666741
Positive: 1003210
Recovered: 987369
Active cases: 8226— I & PR Department, Odisha (@IPR_Odisha) August 25, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୦୩୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୩୨୧୦ ରହିଥିବା ବେଳେ ଏହି ରୋଗରୁ ୯୮୭୩୬୯ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୮୨୨୬ ଜଣ ଚିକିତ୍ସିତ ହେଉଛନ୍ତି ।