ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ କମୁଛି ତ ପୁଣି କେତେବେଳେ ବଢୁଛି । ଆଜି ରାଜ୍ୟରେ ଏକ ହଜାର ତଳେ ରହିଛି ଦୈନକ ମାମଲା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୮୩ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୧୮ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
4. Bhadrak: 9
5. Boudh: 3
6. Cuttack: 101
7. Deogarh: 9
8. Dhenkanal: 19
9. Ganjam: 13
10. Jagatsinghpur: 19
11. Jajpur: 33
12. Jharsuguda: 5
13. Kalahandi: 4
14. Kendrapada: 9
15. Keonjhar: 10
16. Khurda: 222
17. Koraput: 3
18. Malkangiri: 3
19. Mayurbhanj: 27
20. Nawarangpur: 1— I & PR Department, Odisha (@IPR_Odisha) September 4, 2021
21. Nayagarh: 10
22. Puri: 26
23. Rayagada: 5
24. Sambalpur: 10
25. Sonepur: 6
26. Sundargarh: 20
27. State Pool: 48New recoveries: 835
Cumulative tested: 18339452
Positive: 1010753
Recovered: 995474
Active cases: 7186— I & PR Department, Odisha (@IPR_Odisha) September 4, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୮୩୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୦୭୫୩ ରହିଥିବା ବେଳେ ଏହି ରୋଗରୁ ୯୯୫୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୭୧୮୬ ଜଣ ଚିକିତ୍ସିତ ହେଉଛନ୍ତି ।