ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ କମୁଛି ତ ପୁଣି କେତେବେଳେ ବଢୁଛି । ଆଜି ରାଜ୍ୟରେ ଏକ ହଜାର ତଳେ ରହିଛି ଦୈନକ ମାମଲା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୬୨ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୧୬ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
5. Balangir: 3
6. Boudh: 1
7. Cuttack: 118
8. Deogarh: 4
9. Dhenkanal: 12
10. Gajapati: 3
11. Ganjam: 3
12. Jagatsinghpur: 11
13. Jajpur: 32
14. Jharsuguda: 1
15. Kalahandi: 1
16. Kandhamal: 2
17. Kendrapada: 8
18. Keonjhar: 4
19. Khurda: 221
20. Koraput: 9
21. Malkangiri: 4— I & PR Department, Odisha (@IPR_Odisha) September 11, 2021
22. Mayurbhanj: 20
23. Nawarangpur: 2
24. Nayagarh: 17
25. Nuapada: 1
26. Puri: 16
27. Rayagada: 7
28. Sambalpur: 13
29. Sundargarh: 22
30. State Pool: 53New recoveries: 689
Cumulative tested: 18793997
Positive: 1015713
Recovered: 1000548
Active cases: 7020— I & PR Department, Odisha (@IPR_Odisha) September 11, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୬୮୯ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୫୭୧୩ ରହିଥିବା ବେଳେ ଏହି ରୋଗରୁ ୧୦୦୦୫୪୮ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୭୦୨୦ ଜଣ ଚିକିତ୍ସିତ ହେଉଛନ୍ତି ।