ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି କରୋନା କୋପ । ପ୍ରତ୍ୟେକ ଦିନ କରୋନର ନୂତନ ମାମଲା ସାମ୍ନାକୁ ଆସୁଥିବା ବେଳେ ଗତକାଲି ସଂକ୍ରମିତ ସଂଖ୍ୟା ୭ ହଜାର ତଳକୁ ଖସିଥିଲା ହେଲେ ଆଜି ପୁଣି ୭ ହଜାର ଉପରେ ମାମଲା ଚିହ୍ନଟ ହୋଇଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୨୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୦୪୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୧୭୫ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 148
7. Cuttack: 1091
8. Deogarh: 68
9. Dhenkanal: 428
10. Gajapati: 38
11. Ganjam: 150
12. Jagatsinghpur: 183
13. Jajpur: 241
14. Jharsuguda: 64
15. Kalahandi: 150
16. Kandhamal: 101
17. Kendrapada: 487
18. Keonjhar: 72
19. Khurda: 809
20. Koraput: 220— I & PR Department, Odisha (@IPR_Odisha) May 28, 2021
New recoveries: 11551
Cumulative tested: 11596753
Positive: 739955
Recovered: 635179
Active cases: 102072— I & PR Department, Odisha (@IPR_Odisha) May 28, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୧୫୫୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୯୯୫୫ ରହିଥିବା ବେଳେ ଏହି ରୋଗରୁ ୬୩୫୧୭୯ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୦୨୦୭୨ ଜଣ ଚିକିତ୍ସିତ ହେଉଛନ୍ତି ।