ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି କରୋନା କୋପ । ପ୍ରତ୍ୟେକ ଦିନ କରୋନର ନୂତନ ମାମଲା ସାମ୍ନାକୁ ଆସୁଥିବା ବେଳେ ଏବେ ୧୦ ହଜାର ପାଖାପଖି ଆକ୍ରାନ୍ତ ଚିହ୍ନଟ । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୫୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୩୪୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୧୯୮ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 177
7. Cuttack: 716
8. Deogarh: 61
9. Dhenkanal: 117
10. Gajapati: 69
11. Ganjam: 150
12. Jagatsinghpur: 299
13. Jajpur: 489
14. Jharsuguda: 140
15. Kalahandi: 315
16. Kandhamal: 107
17. Kendrapada: 114
18. Keonjhar: 177
19. Khurda: 1342
20. Koraput: 215— I & PR Department, Odisha (@IPR_Odisha) May 30, 2021
New recoveries: 11513
Cumulative tested: 11711459
Positive: 756684
Recovered: 658646
Active cases: 95266— I & PR Department, Odisha (@IPR_Odisha) May 30, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୧୫୧୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫୬୬୮୪ ରହିଥିବା ବେଳେ ଏହି ରୋଗରୁ ୬୫୮୬୪୬ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୯୫୨୬୬ ଜଣ ଚିକିତ୍ସିତ ହେଉଛନ୍ତି ।