ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଦିନ ରାଜ୍ୟରେ ନୂତନ ମାମଲା ସାମ୍ନାକୁ ଆସୁଥିବା ବେଳେ ପୂର୍ବାପେକ୍ଷା ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ରାଜ୍ୟରେ ଏକ ଶହ ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୪ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ମହାରାଷ୍ଟ୍ରରେ ପୁଣି କରୋନା ପ୍ରକୋପ ଦେଖାଦେଇଥିବାରୁ ଏବେ ଓଡିଶା ସରକାର ତତ୍ପର ହୋଇଉଠିଛନ୍ତି । ସମସ୍ତ କୋଭିଡ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 20th Feb
New Positive Cases: 58
In quarantine: 34
Local contacts: 24(Details of local contacts will be shared by concerned District Administration)
District Wise Cases:
1. Angul: 2
2. Balasore: 2
3. Bargarh: 3
4. Balangir: 5
5. Boudh: 2
6. Cuttack: 4— I & PR Department, Odisha (@IPR_Odisha) February 21, 2021
16. Sambalpur: 8
17. Sonepur: 1
18. Sundargarh: 8New recoveries: 73
Cumulative tested: 8167772
Positive: 336636
Recovered: 334053
Active cases: 616— I & PR Department, Odisha (@IPR_Odisha) February 21, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୭୩ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୬୩୬ ରହିଥିବା ବେଳେ ଏହି ରୋଗରୁ ୩୩୪୦୫୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୬୧୬ ଜଣ ଚିକିତ୍ସିତ ହେଉଛନ୍ତି ।