ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ଏବେ ୨ ହଜାର ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୧୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୮୧୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 3
7. Cuttack: 220
8. Deogarh: 8
9. Dhenkanal: 62
10. Gajapati: 4
11. Ganjam: 17
12. Jagatsinghpur: 75
13. Jajpur: 125
14. Jharsuguda: 16
15. Kalahandi: 7
16. Kandhamal: 27
17. Kendrapada: 123
18. Keonjhar: 48
19. Khurda: 431
20. Koraput: 14
21. Malkangiri: 28— I & PR Department, Odisha (@IPR_Odisha) July 13, 2021
22. Mayurbhanj: 98
23. Nawarangpur: 5
24. Nayagarh: 58
25. Nuapada: 2
26. Puri: 27
27. Rayagada: 38
28. Sambalpur: 25
29. Sonepur: 5
30. Sundargarh: 94
31. State Pool: 75New recoveries: 2937
Cumulative tested: 14703651
Positive: 943675
Recovered: 915400
Active cases: 23492— I & PR Department, Odisha (@IPR_Odisha) July 13, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୨୯୩୭ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪୩୬୭୫ ରହିଥିବା ବେଳେ ଏହି ରୋଗରୁ ୯୧୫୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୨୩୪୯୨ ଜଣ ଚିକିତ୍ସିତ ହେଉଛନ୍ତି ।